ଆହାବଙ୍କ ସତୁରି ପୁଅ ହତ୍ୟା

1.

2. ଏହି ଚିଠି ପାଇବା ମାତ୍ ରେ, ତୁମ୍ଭମାନେେ ତୁମ୍ଭ ପିତାଙ୍କର ପୁତ୍ରମାନଙ୍କ ମଧ୍ଯରୁ ଅତି ଉତ୍ତମ ଓ ଯୋଗ୍ଯତମ ସନ୍ତାନଟିକୁ ବାଛ। ତୁମ୍ଭମାନଙ୍କର ରଥମାନ ଅଛି, ଅଶ୍ବମାନ ଅଛନ୍ତି ଓ ତୁମ୍ଭମାନେେ ଏକ ସୁଦୃଢ ନଗର ରେ ବାସ କରୁଛ, ଆଉ ମଧ୍ଯ ତୁମ୍ଭମାନଙ୍କର ଅସ୍ତ୍ର ଶସ୍ତ୍ର ଅଛି।

3. ତେଣୁ ସହେି ଯୋଗ୍ଯତମ ସନ୍ତାନକୁ ତୁମ୍ଭ ପିତାର ସିଂହାସନ ପାଇଁ ବାଛିଅଛ ଓ ତୁମ୍ଭମାନେେ ଆପଣା ପ୍ରଭୁର ପରିବାର ପାଇଁ ୟୁଦ୍ଧ କର।

4. ମାତ୍ର ୟିଷ୍ରିଯଲରେ ଅଧ୍ଯକ୍ଷ ଓ ପ୍ରାଚୀନବର୍ଗଗଣ ଭୟଭୀତ ହାଇେ ପଡିଲେ। ସମାନେେ କହିଲେ, ଯେତବେେଳେ ସେ ଦୁଇ ରାଜା ଯହେୂଙ୍କୁ ବନ୍ଦ କରି ପାରିଲେ ନାହିଁ। ଆମ୍ଭେ କିପରି ତାଙ୍କୁ ବନ୍ଦ କରିବା?

5. ତେଣୁ ଗୃହାଧ୍ଯକ୍ଷ, ନଗର ରାଜ୍ଯପାଳ, ପ୍ରାଚୀନଗଣ, ଆହାବଙ୍କ ପୁତ୍ରମାନଙ୍କ ପ୍ରତିପାଳକମାନେ ଯହେୂଙ୍କ ନିକଟକୁ ଏହିକଥା କହି ପଠାଇଲେ, ଆମ୍ଭମାନେେ ଆପଣଙ୍କର ଦାସ, ଆପଣ ଆମ୍ଭମାନଙ୍କୁ ଯାହା ଆଜ୍ଞା କରିବେ ଆମ୍ଭମାନେେ ତାହା ସବୁ ପାଳନ କରିବୁ, ଆମ୍ଭମାନେେ କୌଣସି ଲୋକକୁ ରାଜା କରିବୁ ନାହିଁ, ଯାହା ଆପଣଙ୍କ ଦୃଷ୍ଟିର ରେ ଭଲ ତାହା ଆପଣ କରନ୍ତୁ।

6. ତା'ପରେ ଯହେୂ ଦ୍ବିତୀୟ ଚିଠି ନତେୃବର୍ଗ ଓ ପ୍ରାଚୀନବର୍ଗମାନଙ୍କ ନିକଟକୁ ଏହା କହି ଲେଖିଲେ, ଯଦି ତୁମ୍ଭମାନେେ ମାେ ସପକ୍ଷ ରେ ଓ ମାେ ଆଜ୍ଞା ପାଳନ କରିବ, ତବେେ ଆହାବ୍ଙ୍କ ପୁତ୍ରମାନଙ୍କ କଟାମୁଣ୍ତ ଧରି ଆସନ୍ତାକାଲି ଏହି ସମୟରେ ୟିଷ୍ରିଯଲକେୁ ମାେ ନିକଟକୁ ଆସ।

7. ଯେତବେେଳେ ନତେୃବର୍ଗ ଏବଂ ପ୍ରାଚୀନବର୍ଗମାନେ ଏହି ଚିଠି ପାଇଲେ, ସମାନେେ ସହେି ସତୁରି ରାଜାଙ୍କର ପୁତ୍ରମାନଙ୍କୁ ନଇେ ବଧ କଲେ, ସମାନେେ ସହେି କଟାମୁଣ୍ତକୁ ଡାଲା ରେ ରଖି ୟିଷ୍ରିଯଲକେୁ ଯହେୂଙ୍କ ନିକଟକୁ ପଠାଇଲେ।

8. ତା'ପରେ ଦୂତ ଆସି ଯହେୂଙ୍କୁ କହିଲା, ସମାନେେ ରାଜପୁତ୍ରମାନଙ୍କର କଟାମୁଣ୍ତ ଆଣିଛନ୍ତି।

9. ପ୍ରଭାତ ରେ ଯହେୂ ବାହାରକୁ ୟାଇ ଲୋକମାନଙ୍କ ସମ୍ମୁଖ ରେ ଛିଡା ହାଇେ କହିଲେ, ତୁମ୍ଭମାନେେ ନିରିହ ଲୋକ, ମୁଁ ଆପଣା ମହାଶୟଙ୍କୁ ଚକ୍ରାନ୍ତ କରି ବଧ କଲି, ମାତ୍ର ଏହି ଆହାବଙ୍କର ପୁତ୍ରମାନଙ୍କୁ କିଏ ବଧ କଲା? ତୁମ୍ଭମାନେେ ସମାନଙ୍କେୁ ବଧ କଲ।

10. ଏବେ ତୁମ୍ଭମାନେେ ଜାଣ ସଦାପ୍ରଭୁ ଯାହା ଆହାବ୍ ବଂଶ ବିଷଯ ରେ କହିଥିଲେ, ତାହା ନିଶ୍ଚଯ ଘଟିବ। ସଦାପ୍ରଭୁ ତାଙ୍କର ଦାସ ଏଲିଯ ଦ୍ବାରା ଯାହା କହିଥିଲେ ତାହା ଆଜି ସଫଳ କରାଇଛନ୍ତି।

11. ତେଣୁ ଯହେୂ ୟିଷ୍ରିଯଲେ ରେ ବାସ କରୁଥିବା ଆହାବ୍ଙ୍କର ବଂଶର ସମସ୍ତ ଲୋକଙ୍କୁ ଅର୍ଥାତ୍ ତାଙ୍କର ପ୍ରଧାନ ଲୋକମାନଙ୍କୁ ଆତ୍ମୀଯ ବନ୍ଧୁମାନଙ୍କୁ ଓ ଯାଜକମାନଙ୍କୁ ବଧ କଲେ। ଆହାବ୍ଙ୍କ ଲୋକରୁ କହେି ଜଣେ ହେଲେ ଜୀବିତ ଛଡାଗଲା ନାହିଁ।

ଅହସିୟାଙ୍କର ଚାଳିଶ ଜଣ ଭାଇଙ୍କୁ ହତ୍ୟା କରାଯାଇଥିଲା

12.

13. ଯହେୂ ଯିହୁଦାର ରାଜା ଅହସିଯଙ୍କ ସମ୍ପର୍କୀଯମାନଙ୍କୁ ଦେଖି ପଚାରିଲେ, ତୁମ୍ଭମାନେେ କିଏ?

14. ତା'ପରେ ଯହେୂ ତାଙ୍କ ଲୋକମାନଙ୍କୁ ଆଦେଶ ଦେଲେ, ଏମାନଙ୍କୁ ଜୀବନ୍ତ ଧର।

ଆହାବଙ୍କ ପରିବାରର ଅବଶିଷ୍ଟାଂଶ ହତ୍ୟା

15.

16. ଯହେୂ କହିଲେ, ମାେ ସହିତ ଆସ, ସଦାପ୍ରଭୁଙ୍କ ପ୍ରତି ମାରେ କିପରି ଦୃଢ ଆସ୍ଥା ତାହା ଦେଖି ପାରିବ।

17. ଯହେୂ ଶମରିଯାକୁ ଆସି ଆହାବ୍ଙ୍କ ଅବଶିଷ୍ଟ ବଂଶଧରଙ୍କୁ ବଧ କଲେ। ସଦାପ୍ରଭୁ ଏଲିଯଙ୍କୁ କହିବାନୁସା ରେ ଯହେୂ ସେ ସମସ୍ତଙ୍କୁ ହତ୍ଯା କଲେ।

ବାଲ୍ ଉପାସକମାନେ ହତ୍ୟା କଲେ

18. ପୁଣି ଯହେୂ ସମସ୍ତଙ୍କୁ ଏକତ୍ର କରି ସମାନଙ୍କେୁ ଡାକି କହିଲେ, ଆହାବ୍ ବାଲ୍ର ଅଳ୍ପ ସବୋ କଲା, ମାତ୍ର ଯହେୂ ତା'ର ବହୁତ ସବୋ କରିବ।

19. ବର୍ତ୍ତମାନ ବାଲ୍ର ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ, ତା'ର ସମସ୍ତ ପୂଜକଙ୍କୁ ଓ ତା'ର ସମସ୍ତ ଯାଜକମାନଙ୍କୁ ମାେ ନିକଟକୁ ଡାକ। ଦେଖ ଯେ କହେି ଅନୁପସ୍ଥିତ ନ ରହନ୍ତି, କାରଣ ବାଲ୍ ଉଦ୍ଦେଶ୍ଯ ରେ ମାରେ ଏକ ବଡ ବଳିଦାନ କରିବାର ଇଚ୍ଛା ଏବଂ ଆଉ ଯେଉଁ ଲୋକ ଅନୁପସ୍ଥିତ ରହିବ ନିଶ୍ଚଯ ହତ୍ଯା କରାୟିବ।

20. ପୁଣି ଯହେୂ କହିଲେ, ବାଲ୍ ଉଦ୍ଦେଶ୍ଯ ରେ ଏକ ପବିତ୍ର ମହାସଭା ଆଯୋଜନ କର। ଆଉ ଯାଜକମାନେ ତାହା ଘାଷେଣା କଲେ।

21. ତା'ପରେ ଯହେୂ ଇଶ୍ରାୟେଲର ସମଗ୍ର ଅଞ୍ଚଳକୁ ବାର୍ତ୍ତା ପଠାଇଲେ। ବାଲ୍ର ସମସ୍ତ ପୂଜକ ଓ ଯାଜକ ଆସିଲେ ଓ କହେି ଜଣେ ହେଲେ ଅନୁପସ୍ଥିତ ରହିଲେ ନାହିଁ। ସମସ୍ତ ବାଲ୍ପୂଜକ ବାଲ ମନ୍ଦିର ରେ ପହନ୍ଚିଲେ ଓ ମନ୍ଦିରଟି ଲୋକରେ ପରିପୂର୍ଣ୍ଣ ହେଲା।

22. ଯହେୂ ବସ୍ତ୍ରାଗାର ରେ ଅଧ୍ଯକ୍ଷକୁ ଆଦେଶ ଦେଲେ, ସମସ୍ତ ବାଲ୍ ପୂଜକଙ୍କ ପାଇଁ ବସ୍ତ୍ର ବାହାର କରି ଦିଅ। ତେଣୁ ସେ ବସ୍ତ୍ର ବାହାର କରି ଆଣିଲା।

23. ତା'ପରେ ଯହେୂ ଓ ରେଖବର ପୁତ୍ର ଯିହାନୋଦବ ବାଲ୍ ମନ୍ଦିରକୁ ଗଲେ। ଯହେୂ ବାଲ୍ ମନ୍ଦିରର ଉପାସକମାନଙ୍କୁ କହିଲେ, ଚତୁଃପାଶର୍‌ବକୁ ଦେଖ! ଏଠା ରେ ବାଲ୍ ପୂଜାରୀମାନଙ୍କ ଛଡା ଯେପରି ଏଠା ରେ ଆଉ କହେି ନ ଥାଏ। ଏଥିପାଇଁ ଖାଜେି ନିଶ୍ଚିଚ ହୁଅ ଯେ, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ ଦାସ ଏଠା ରେ ନାହିନ୍ତି।

24. ଏହାପରେ ବାଲ୍ପୂଜକମାନେ ବଳିଦାନ ଓ ହାମବେଳି କରିବାକୁ ଭିତରକୁ ଗଲେ। ଯହେୂ ନିଜର ଅଶୀ ଜଣଙ୍କୁ ବାହା ରେ ନିୟୁକ୍ତ କରିଥିଲେ। ସେ ସମାନଙ୍କେୁ କହିଲେ, ଏହି ଲୋକମାନଙ୍କ ମଧ୍ଯରୁ ଯେପରି ଜଣେ କହେି ପଳାଇ ନ ୟାଆନ୍ତି।

25. ଯହେୂ ନବୈେଦ୍ଯ ହାମବେଳି ଉତ୍ସର୍ଗ କରିବାର ସମାପ୍ତି ପରେ ସେ ପ୍ରହରୀ ଓ ସନୋପତିମାନଙ୍କୁ କହିଲେ, ଭିତରକୁ ୟାଅ ଓ ସମସ୍ତ ବାଲ୍ ପୂଜାରୀଙ୍କୁ ହତ୍ଯା କର। କାହାରିକୁ ମନ୍ଦିର ବାହାରକୁ ଆସିବାକୁ ଦିଅ ନାହିଁ।

26. ପୁଣି ସମାନେେ ବାଲ୍ ମନ୍ଦିରରୁ ସ୍ମୃତିସ୍ତମ୍ଭମାନ ବାହାର କରି ଆଣି ପୋଡି଼ ପକାଇଲେ।

27. ସମାନେେ ବାଲ୍ର ସ୍ମରଣାର୍ଥକ ପ୍ରସ୍ତରଗୁଡିକୁ ଭାଙ୍ଗି ପକାଇଲେ ଓ ବାଲ୍ ମନ୍ଦିରକୁ ଧୂଳିସାତ କଲେ ଓ ଏହାକୁ ଶୌଗ୍ଭଳଯ କଲେ। ସଗେୁଡିକ ଆଜିୟାଏ ବ୍ଯବହାର ହେଉଛି।

28. ଏହିରୂପେ ଯହେୂ ଇଶ୍ରାୟେଲରୁ ବାଲ୍ ପୂଜା ଦୂର କଲେ।

29. ନବାଟଙ୍କ ପୁତ୍ର ୟାରବିଯାମଙ୍କର ପାପକୁ ଯହେୂ ସମ୍ପୂର୍ଣ୍ଣ ରୂପେ ପରିତ୍ଯାଗ କଲେ ନାହିଁ, ୟିଏ ଇଶ୍ରାୟେଲର ପାପ କରିବାର କାରଣ ହାଇେଥିଲା। ଯହେୂ ମଧ୍ଯ ବୈଥଲେ ଓ ଦାନ ରେ ଥବା ସୂବର୍ଣ୍ଣ ବାଛୁରୀ ଧ୍ବଂସ କରି ପାରିଲେ ନାହିଁ।

30. ଅନନ୍ତର ସଦାପ୍ରଭୁ ଯହେୂକୁ କହିଲେ, କାରଣ ମାେ ଦୃଷ୍ଟି ରେ ଯାହା ଯଥାର୍ଥ, ତୁମ୍ଭେ ଠିକ୍ କରିଅଛ। ଯାହା ମାରେ ଇଚ୍ଛା ଅନୁସାରେ ତୁମ୍ଭେ ଆହାବ୍ର ବଂଶକୁ ବିନାଶ କରିଅଛି। ଏଣୁ ଗ୍ଭରି ପୁରୁଷ ପର୍ୟ୍ଯନ୍ତ ତୁମ୍ଭର ସନ୍ତାନମାନେ ଇଶ୍ରାୟେଲ ସିଂହାସନ ରେ ରାଜତ୍ବ କରିବେ।

31. ତଥାପି ତା'ପରେ ଯହେୂ ସଦାପ୍ରଭୁଙ୍କର ଆଦେଶଗୁଡିକ ପୂର୍ଣ୍ଣଦୟା ରେ ଅନୁକରଣ କଲେ ନାହିଁ। ନବାଟଙ୍କ ପୁତ୍ର ୟାରବିଯାମଙ୍କର ପାପକୁ ଯହେୂ ସଂପୂର୍ଣ୍ଣ ରୂପେ ପରିତ୍ଯାଗ କରି ପାରିଲେ ନାହିଁ, ୟିଏ ଇଶ୍ରାୟେଲର ପାପ କରିବାର କାରଣ ହାଇେଥିଲା।

ଯିହୁଦାର ମୃତ୍ୟୁ

32. ସହେି ସମୟରେ ସଦାପ୍ରଭୁ ଇଶ୍ରାୟେଲକୁ ଭାଗ କରିବାକୁ ଆରମ୍ଭ କଲେ। ପୁଣି ଅରାମର ରାଜା ହସାଯଲେ ଇଶ୍ରାୟେଲର ସମସ୍ତ ସୀମା ରେ ଇଶ୍ରାୟେଲୀୟମାନଙ୍କୁ ପରାସ୍ତ କଲେ।

33. ହସାଯଲେ ୟର୍ଦ୍ଦନ ପୂର୍ବ ଦିଗରୁ ସମସ୍ତ ଗିଲିଯଦ ଦେଶ ଅର୍ନୋନ ଉପତ୍ୟକା ନିକଟସ୍ଥ ଅରୋଯରଠାରୁେ ଗାଦ୍, ରୁବନ୍େ ଓ ମନଃଶି ପରିବାରବର୍ଗର ଲୋକମାନଙ୍କ ଦେଶ ଜଯକଲେ। ସେ ବାଶନ ଓ ଗିଲିଯଦର ଅର୍ନୋନ ଉପତ୍ୟକା ଦ୍ବାରା ଆରୋୟରଠାରୁେ ସମସ୍ତ ଦେଶ ଜଯଲାଭ କଲା।

34. ଯହେୂଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିଯା ପରାକ୍ରମ ଇଶ୍ରାୟେଲ ବଂଶ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

35. ଯହେୂଙ୍କ ମୃତ୍ଯୁ ଅନ୍ତେ ସେ ନିଜ ପୂର୍ବପୁରୁଷଗଣଙ୍କ ସହିତ ଶମରିଯା ରେ ସମାଧିସ୍ଥ ହେଲେ। ତାଙ୍କ ପରେ ତାଙ୍କ ପୁତ୍ର ଯିହାୟୋଦାରହସ ଇଶ୍ରାୟେଲ ରେ ରାଜା ହେଲେ।

36. ଶମରିଯା ରେ ଇଶ୍ରାୟେଲ ଉପରେ ଯହେୂ ଅଠାଇଶ ବର୍ଷ ରାଜତ୍ବ କଲେ।

Bibles

Books

Chapters